The Rhythm Eternal

The Rhythm Eternal

Paperback (04 Oct 2022) | Oriya

  • $17.72
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

ଏହି ସଂକଳନରେ ସ୍ଥାନିତ, ଯାହାକୁ ଗଳ୍ପ ବୋଲି ବର୍ଣ୍ଣନା କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ, ସେହି ଆତ୍ମାନୁଭୂତିଭିତ୍ତିକ ଲେଖା ବ୍ୟତୀତ ବେଳେବେଳେ ଆଉ ଏକ ଏକ ମହତ ସ୍ପନ୍ଦନ ଏ ଲେଖକକୁ ତନ୍ମୟ କରି ରଖେ । ଦିବ୍ୟ ଜୀବନର ସାଧକ ଶ୍ରୀଅରବିନ୍ଦଙ୍କର ତପସ୍ୟା ସହିତ ନିଜକୁ ଏକାତ୍ମ କରି ଦେଇଥିବା ଶ୍ରୀମା ମୋ ଜୀବନର ଶ୍ରେଷ୍ଠ ପ୍ରେରଣାଦାୟିନୀ ଶକ୍ତି । ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମରେ ସେ ଯେତେବେଳେ ଥିଲେ ସାଧନାମଗ୍ନ, ସେତେବେଳେ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ହେଉଥିଲା, ସେଥିରେ ପରିପୂର୍ଣ୍ଣ ହୋଇ ରହିଥିଲା ଏପରି ଏକ ସୂକ୍ଷ୍ମ ତରଙ୍ଗ, ଯାହାର ଉତ୍ସ ଅବସ୍ଥିତ ଅଦୃଶ୍ୟ ସୂକ୍ଷ୍ମ ଜଗତରେ । ଶ୍ରୀମାଙ୍କ ପ୍ରେରଣାରେ 'ଦି ରିଦମ୍ ଇଟରନାଲ୍]' ନାମରେ ଯେଉଁ କାର୍ଯ୍ୟକ୍ରମଟିର ପରିକଳ୍ପନା ହୋଇଛି ଓ ନାଟ୍ୟ-ମଞ୍ଚ ଉପରେ ତାହାର ଅଭିନୟ ପ୍ରକାଶ କରିଛି ଚିରନ୍ତନ ସଙ୍ଗୀତର ଧ୍ୱନିକୁ, ତାହାର ଆଧାରରେ ରଚିତ ହୋଇଛି ଏହି ଗଳ୍ପଟି । ପୁସ୍ତକଟିର ନାମକରଣ ସମ୍ପର୍କରେ ଅତ୍ୟନ୍ତ ନିବିଡ଼ ଭାବରେ ଯେତେବେଳେ ମୋର ଅନ୍ତଃସତ୍ତା ସମାଧିସ୍ଥ, ସେତେବେଳେ ହିଁ ଅନ୍ତଃପ୍ରେରଣାର ଏକ ବିରଳ ସଂକେତ ସମୁଜ୍ଜ୍ୱଳ ହୋଇଉଠିଲା ମୋ ଭିତରେ । ଯାହାର ଅନୁପ୍ରେରଣା ଦ୍ୱାରା ପରିଚାଳିତ ହୋଇ ଏହି ନାମ ରଖିବା ପାଇଁ ମୁଁ ଥିଲି ଏକ ନିମିତ୍ତ ମାତ୍ର । ଇଂରାଜୀ ନାମ ବୋଲି ଓଡ଼ିଆ ଗଳ୍ପ ସଂକଳନର ନାମକରଣ ଯେ ହୋଇପାରିବ ନାହିଁ, ଏପରି ଚିନ୍ତନ ମୋତେ ଆଦୌ ବିଚଳିତ କରିଦେଇ ନାହିଁ । ସମଗ୍ର ସଂକଳନଟିରେ ଯେତିକି ଗଳ୍ପର ଭାବବିନ୍ୟାସ ହୋଇଛି, ସେସବୁ ଯଦି ଗୋଟିଏ ସୂତ୍ରରେ ଗୁନ୍ଥି ଦିଆଯାଏ, ତା'ହେଲେ ତାହା ହେବ - ଦି ରିଦମ୍ ଇଟରନାଲ୍ । ଗୋଟିଏ ଗଳ୍ପର ନାମକରଣ ମଧ୍ୟରେ ସଂକଳନସ୍ଥ ସବୁ ଗଳ୍ପର ଭାବ-ବ୍ୟାପ୍ତିକୁ ସହୃଦୟ ପାଠକମାନେ ନିଶ୍ଚୟ ଅନୁଭବ କରିପାରିବେ ବୋଲି ମୋର ସୁଦୃଢ଼ ବିଶ୍ୱାସ । ଏଠାରେ ଭାଷା ଶାଶ୍ୱତ ଭାବରାଶିର ଏକ ଉଜ୍ଜ୍ୱଳ ସଂକେତ ମାତ୍ର । ଏହି ଭାବଧାରା ଅନୁସରଣରେ ଭାବଗ୍ରାହୀ ପାଠକପାଠିକାବର୍ଗ ଉଦ୍]ବୁଦ୍ଧ ହେଲେ ନିଜକୁ ଭାଗ୍ୟବାନ ମନେକରିବି ନିଶ୍ଚୟ ।


- ପ୍ରଫେସର ମଣୀନ୍ଦ୍ର କୁମାର ମେହେର

Book information

ISBN: 9781645603214
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 108
Weight: 145g
Height: 216mm
Width: 140mm
Spine width: 7mm