Publisher's Synopsis
ଆଲୋଚିତ ପୁସ୍ତକ "ଶକ୍ତି ଉପାସନା ଓ ବୈଦିକ ଦେବୀତତ୍ତ୍ୱ" ହେଉଛି ବିଜ୍ଞ ପାଠକମାନଙ୍କ ନିମନ୍ତେ ମୋର ଷଷ୍ଠ ଉପହାର । ପୂର୍ବ ପାଞ୍ଚଗୋଟି ପୁସ୍ତକ ସୁଧୀ ପାଠକମାନଙ୍କ ଦ୍ୱାରା ବହୁଳ ଆଦୃତି ଲାଭ କରିବା ପରେ ଏହି ଗ୍ରନ୍ଥର ସଂକଳନ ସକାଶେ ମୁଁ ଉତ୍ସାହିତ ହୋଇଥିଲି । ଏଥି ମଧ୍ୟରେ ବିସ୍ତୃତ ଭାବରେ ଉପରୋକ୍ତ ବିଷୟବସ୍ତୁ ଗୁଡ଼ିକ ଆଲୋଚିତ ହେବା ସଂଗେ ସଂଗେ ବେଦ ପୁରାଣରେ ଉଲ୍ଲିଖିତ ଦେବୀତତ୍ତ୍ୱ ଓ ଶାକ୍ତ ଉପାସନା ବିଷୟକ ଗଭୀର ଜ୍ଞାନ ସମୂହର ସନ୍ନିବେଶ କରାଯାଉଛି, ଯାହା ପିଢ଼ି ପରେ ପିଢ଼ି ଆମର ଭାବି ବଂଶଧର ମାନଙ୍କୁ ସଂସ୍କାର ଯୋଗାଇ ଚାଲିବ ।