Megha O Anyanya Galpa

Megha O Anyanya Galpa

Paperback (16 Jun 2023) | Oriya

  • $15.00
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

ମୁଁ ଗଳ୍ପଲେଖକ ନୁହେଁ । କଲେଜ ମାଡ଼ିବାର କେତେଦିନ ପରେ ଲେଖିବା ଆରମ୍ଭ କଲି । ସେତେବେଳେ କବିତା ଓ ଗଳ୍ପ ଉଭୟ ଲେଖୁଥିଲି । ଦୁଇ ତିନିବର୍ଷ ପରେ ମୋର ହୃଦ୍]ବୋଧ ହେଲା ଯେ ଗୋଟିଏ ମାଧ୍ୟମ ପାଇଁ ବି ମୋର ସାମର୍ଥ୍ୟ ନାହିଁ, ଗୋଟିଏକୁ ନଛାଡ଼ିଲେ ମୋର ଅବସ୍ଥା ଦୁଇ ନାହାରେ ଗୋଡ଼ ରଖିଥିବା ଲୋକର ଅବସ୍ଥା ପରି ହେବ । ଯାହାକୁ ପାଖରେ ରଖିଲି, ଅର୍ଥାତ୍ କବିତାକୁ, ତା ପ୍ରତି ଯେ ନ୍ୟାୟ କରିପାରିଲି ତାହା ନୁହେଁ, କିନ୍ତୁ ଅନିଚ୍ଛା ବା ଉଦ୍ୟମର ଅଭାବ ତା'ର କାରଣ ନୁହେଁ ।

ବହୁତ ବର୍ଷର ବ୍ୟବଧାନ ପରେ, ୧୯୭୭ ମସିହାରେ, ଏ ସଙ୍କଳନର ପ୍ରଥମ ଗଳ୍ପ (ମହିଷାସୁରବଧ) ଲେଖିଲି । ତା'ପରେ, ମଝିରେ ମଝିରେ, ଯେଉଁ କେତୋଟି ଗଳ୍ପ ଲେଖିଥିଲି ସେଗୁଡ଼ିକ ଏ ସଙ୍କଳନର ଅନ୍ତର୍ଭୁକ୍ତ । ଏତେ ବର୍ଷ ଭିତରେ ଏତେ ଅଳ୍ପ ସଂଖ୍ୟକ ଗଳ୍ପ ଲେଖିଥିବାରୁ ପ୍ରମାଣିତ ହେବ ଯେ ମୁଁ ଗଳ୍ପ ସାହିତ୍ୟର ମୁଲକରେ ଜଣେ ପର୍ଯ୍ୟଟକ, ତା'ର ଅଧିବାସୀ ନୁହେଁ । ସଂଖ୍ୟା ଆହୁରି ଅଳ୍ପ ହୋଇଥା'ନ୍ତା ଯଦି ଗଳ୍ପ ସଂକଳନଟିଏ ପ୍ରକାଶ କରିବା ପାଇଁ କେତେକଙ୍କର ଆଗ୍ରହ ଦୃଷ୍ଟିରୁ ଓ ପୁସ୍ତକର ଆକାରକୁ ଟିକିଏ ମର୍ଯ୍ୟାଦାବନ୍ତ କରିବା ଦୃଷ୍ଟିରୁ ଶେଷ ଛଅଟି ଗଳ୍ପ ଲେଖିନଥାନ୍ତି ।

ଗଳ୍ପ (କ୍ଷୁଦ୍ର ହେଉ ବା ଉପନ୍ୟାସର ବିଷୟ ପରି ଦୀର୍ଘ ହେଉ) ଓ କବିତା ଭିତରେ ବୋଧହୁଏ କିଛି ମୌଳିକ, ଗୁଣାତ୍ମକ ପାର୍ଥକ୍ୟ ନାହିଁ । ଭଲ କବିତାଟିଏ ପରି ଭଲ ଗଳ୍ପଟିଏ ପାଠକକୁ ଅସ୍ଥିର କରେ, ପୁଣି ଅସାର୍ଥକ ଗଳ୍ପ ଓ ଅସାର୍ଥକ କବିତା ସମାନ ଭାବରେ ବ୍ୟର୍ଥ । ଏକଥା ଅବଶ୍ୟ ସତ ଯେ ଗଳ୍ପରେ ଯାହା ଓ ଯେପରି କୁହାଯାଇ ପାରିବ କବିତାରେ ତାହା ଓ ସେପରି କୁହାଯାଇ ପାରିବ ନାହିଁ, ଯେପରି କବିତାର ସବୁ ଉଚ୍ଚାରଣ ଗଳ୍ପରେ ବି ବ୍ୟକ୍ତ କରାଯାଇ ପାରିବ ଭାବିବା ଭୁଲ୍ ହେବ । ସେମାନଙ୍କର ପରସ୍ପରର ସ୍ୱତନ୍ତ୍ର ସଂସାର ଅଛି, ସେମାନଙ୍କର ମଣିଷମାନେ ଅଲଗା ଅଲଗା ଜିନିଷ ଦେଖନ୍ତି, ଅଲଗା ଅଲଗା ଭାଷାରେ କଥା କହନ୍ତି ।

ପର୍ଯ୍ୟଟନର ମିଆଦ୍ ସରିଗଲା ପରି ଲାଗୁଛି । ଯଦି ନଫେରେ, ଏ ମୁଲକର ଅଧିବାସୀଙ୍କୁ, ଆକାଶକୁ, ପାଣିକୁ, ପବନକୁ, ବୃକ୍ଷଲତାଙ୍କୁ ଓ ଦିନରାତିଙ୍କୁ ବିଦାୟ ।

Book information

ISBN: 9781645604112
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 122
Weight: 163g
Height: 216mm
Width: 140mm
Spine width: 7mm