Delivery included to the United States

Kabita 1962 O Nutana Kabitara Bhumika

Kabita 1962 O Nutana Kabitara Bhumika

Paperback (28 Oct 2023) | Oriya

  • $22.84
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ (୧୯୧୫-୨୦୦୪) ଆଧୁନିକ ଓଡ଼ିଆ ସାହିତ୍ୟରେ ରୋମାଣ୍ଟିକ୍ ଚେତନାର ବାର୍ତ୍ତାବହ ଏବଂ ପ୍ରଗତିବାଦୀ ତଥା ପ୍ରୟୋଗବାଦୀ ଚେତନାର ଉଦାତ୍ତ ଗାୟକ ଭାବରେ ଯଶସ୍ୱୀ କବି ସଚ୍ଚି ରାଉତରାୟ ଜଣେ ଅନତିକ୍ରମଣୀୟ ସ୍ରଷ୍ଟାପୁରୁଷ । ଆଧୁନିକ ଓଡ଼ିଆ କବିତାର ଅଗ୍ରଦୂତ ଭାବରେ ସେ ଅଗଣିିତ ପାଠକଙ୍କର ପ୍ରିୟ । ଅଜସ୍ରସ୍ରାବୀ ସାହିତ୍ୟ ତାଙ୍କୁ ଓଡ଼ିଆ ପାଠକମାନଙ୍କ ନିକଟରେ କେବଳ ନୁହେଁ, ବିଶ୍ୱଦରବାରରେ ଜଣେ ମହାନ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, ସମାଲୋଚକ ତଥା ଆତ୍ମଜୀବନୀ ଲେଖକର ମାନ୍ୟତା ପ୍ରଦାନ କରିଛି । ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗ ଗ୍ରାମରେ ପିତା ପ୍ରସନ୍ନ କୁମାର ରାଉତରାୟ ଏବଂ ମାତା ମୁକ୍ତମାଳୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ତାଙ୍କ କାବ୍ୟଦୃଷ୍ଟିର ନମନୀୟ ରୋମାଣ୍ଟିକ୍]ପ୍ରବଣତା, କଥାଦୃଷ୍ଟିର ଅଫୁରନ୍ତ ବାକ୍]ବୈଦଗ୍ଧ ଉଚ୍ଛ୍ୱାସ, ଅନ୍ତର୍ଦୃଷ୍ଟିର ସୂକ୍ଷ୍ମ ବୈଚାରିକତା ତାଙ୍କ ସାଧନାର ବ୍ୟାପ୍ତିକୁ ମହିମାନ୍ୱିତ କରିଛି । ପଲ୍ଲୀପ୍ରାଣତା, ସାମ୍ୟବାଦୀ ପ୍ରବଣତା ଏବଂ ଶିଳ୍ପଗତ ସ୍ୱତନ୍ତ୍ର ଉପସ୍ଥାପନା ହିଁ ସଚ୍ଚି ରାଉତରାୟଙ୍କୁ ପ୍ରତିନିଧି ସ୍ରଷ୍ଟାର ମାନ୍ୟତା ଦେଇଛି । କବିତା କ୍ଷେତ୍ରରେ ପାଥେୟ, ପଲ୍ଲିଶ୍ରୀ, ଅଭିଯାନ, ରକ୍ତଶିଖା, ବାଜିରାଉତ, ପାଣ୍ଡୁଲିପି, ଅଭିଜ୍ଞାନ, ହସନ୍ତ, ଭାନୁମତୀର ଦେଶ, ସ୍ୱଗତ, 'କବିତା'-୧୯୬୨, ମାୟାକୋଭସ୍କି, କବିତା ସଂଗ୍ରହ, କବିତା-୧୯୬୯, ଚିରପ୍ରଦୀପ୍ତ, ଏସିଆର ସ୍ୱପ୍ନ, କବିତା-୧୯୭୧, କବିତା-୧୯୭୪, କବିତା-୧୯୮୩, କବିତା-୧୯୮୫, କବିତା-୧୯୮୭, କବିତା-୧୯୯୦ ଇତ୍ୟାଦି ପ୍ରମୁଖ । ତାଙ୍କର ବାଜିରାଉତ ଓ ଅନ୍ୟାନଲେ ।

Book information

ISBN: 9781645604662
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 322
Weight: 408g
Height: 216mm
Width: 140mm
Spine width: 18mm