Jadi Kintu Tathapi

Jadi Kintu Tathapi

Paperback (15 May 2023) | Oriya

  • $18.80
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

ଯେତେବେଳେ ପୃଥିବୀରେ ମୋବାଇଲ ଫୋନ୍ ନଥିଲା, ଧୂସର ପୃଥିବୀ ତ ଧୂସର ଥିଲା, ସବୁଜ ଧରିତ୍ରୀ ମଧ୍ୟ ସବୁଜ ହିଁ ଥିଲା, ଆକାଶ ବି ଆଜି ପରି ରଙ୍ଗ ବଦଳାଉଥିଲା, ଋତୁ ମଧ୍ୟ ଠିକ୍ ଏମିତି ବଦଳୁଥିଲା, ଝରଣା କୁଳୁକୁଳୁ ହୋଇ ବହି ଚାଲିଥିଲା । ଶାନ୍ତ ସମୁଦ୍ର ଲୋକେ ଦେଖୁଛନ୍ତି ବୋଲି ନିଜ ବେଳାଭୂମିରେ ଅଶାନ୍ତ ହେବାର ଅଭିନୟକୁ ବି ବେଶ୍ ଜାରି ରଖିଥିଲା ।

ସବୁକିଛି ଆଜିପରି ଥିଲା । ଖାଲି ମୋବାଇଲ ଫୋନ୍ ନ ଥିଲା । ଏବଂ ଏ ଧରା, ଏ ଆକାଶ, ଏ ଋତୁ, ଏ ଝରଣା, ଏ ସମୁଦ୍ର ନିଜ ନିଜ ଜାଗାରେ ହଜାର ହଜାର ବର୍ଷ ଧରି ଅଚଳ ଥିଲେ, ଆଞ୍ଚଳିକ ଥିଲେ ଓ ଅନେକଟା ଦୂରସ୍ଥ ମଣିଷ ପାଇଁ ଅଜ୍ଞାତ ଥିଲେ ମଧ୍ୟ । କିନ୍ତୁ ମୋବାଇଲ ଫୋନ୍ ନିଜର ଧରାବତରଣ ପରେ ଏହି ଅଚଳ, ଆଞ୍ଚଳିକ ଓ ସମ୍ୟକ୍ ଅଜ୍ଞାତ ବାତାବରଣକୁ ନିଜର କାଉଁରୀ କାଠି ଛୁଆଇଁ ସଚଳ, ସର୍ବବିଦ୍ୟମାନ ଓ ବେଶ୍ ପରିଚିତ କେବଳ କଲାନାହିଁ, ଲୋକପ୍ରିୟ ମଧ୍ୟ କରିଦେଲା । ଦୁବାଇର ବିସ୍ତୃତ ମରୁଭୂମିରେ ଭୂମି ଖୋଳୁଥିବା ପାଇପ୍ ମିସ୍ତ୍ରୀଟି ଚେରାପୁଞ୍ଜିରେ ତା'ର କୁନି ଗେଲାଝିଅଟି ଘୋର ବର୍ଷାରେ ନାଚୁଥିବା ଦେଖି ଉଲ୍ଲସିତ ହେଲା, ନିଜ ପରିଶ୍ରମ ସାର୍ଥକ ହେବାର ଆନନ୍ଦରେ ବର୍ଷାର କୋମଳତାକୁ ଅନୁଭବ କରି ପ୍ରଚଣ୍ଡ ଉତ୍ତାପର ଦଣ୍ଡକୁ ଭୁଲିଗଲା । ଫ୍ରାନ୍ସର ମୂକ ବଧିର ମହିଳାଜଣକ ବାନ୍ଧବୀର ମୋବାଇଲରେ ଓଡ଼ିଶାର ମଙ୍ଗଳଜୋଡ଼ିରେ ପକ୍ଷୀମାନଙ୍କର ଅପୂର୍ବ ସମାବେଶକୁ ପ୍ରଥମଥର ପାଇଁ ଦେଖି, ନିଜେ ଆସି ମଙ୍ଗଳଜୋଡ଼ିରେ ପହଞ୍ôଚ ପକ୍ଷୀମାନଙ୍କ ସାନ୍ନିଧ୍ୟକୁ ପ୍ରାଣଭରି ଉପଭୋଗ କରିପାରିଲେ । ଏଇ କୁହୁକ ଦର୍ପଣର ଏହି ମଧୁର ସାମର୍ଥ୍ୟ ଆଜି ଆମ ଜୀବନରେ ଖାଦ୍ୟ, ବସ୍ତ୍ର, ଗୃହ ପରି ଏକ ଅପରିହାର୍ଯ୍ୟ ଆବଶ୍ୟକତା ପାଲଟି ଯାଇଛି । କିନ୍ତୁ ଦିନ ଥିଲା ଏହି ଅତ୍ୟାବଶ୍ୟକ ବସ୍ତୁଟି ଆମ ଜୀବନରେ ନଥିଲା । ଏଇ ସଂକଳନର ସମସ୍ତ ଗଳ୍ପ ସେଇ ସମୟର କାହାଣୀ, ଯେତେବେଳେ ମନୁଷ୍ୟ ସଭ୍ୟ, ଶିକ୍ଷିତ ଓ ଜାଗ୍ରତ ତ ହୋଇ ସାରିଥିଲା, କିନ୍ତୁ ଏହି ବ୍ରହ୍ମାସ୍ତ୍ରଟି ତା'ହାତରେ ପଡ଼ି ନଥିଲା । ହାତରେ ମୋବାଇଲ ଫୋନ୍]ଟିଏ ଥିଲେ, ଏଠାରେ ପରିବେଷିତ ଗଳ୍ପମାନଙ୍କର ପରିବେଶ, ପରିବେଷ୍ଟନୀ ଓ ପରିଣାମ ନିଶ୍ଚିତ ଭାବରେ ଅଲଗା ପ୍ରକାରେ ହୋଇଥାନ୍ତା ।

Book information

ISBN: 9781645603979
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 254
Weight: 327g
Height: 216mm
Width: 140mm
Spine width: 15mm