Ipsita Akasha

Ipsita Akasha

Paperback (21 Apr 2024) | Oriya

  • $22.54
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

ମାଟି ମୋର ଚିରକାଳପ୍ରିୟ । ଏଇ ଧୂଳି ମାଟିର ଧରଣୀରେ ବାରମ୍ବାର ଜନ୍ମ ନେଇ ଏକ ସାର୍ଥକଜୀବନ ଜୀଇଁବା ହିଁ ମୋ ପାଇଁ ମୋକ୍ଷର ପରିଭାଷା । କିନ୍ତୁ ଆକାଶ ମୋର ଚିର ଈପ୍]ସିତ । ମୁଁ ମାପି ପାରିନାହିଁ ତା'ର ବିସ୍ତୃତି, ନିର୍ଦ୍ଧାରିତ କରିପାରି ନାହିଁ ତା'ର ପରିସୀମା, ମୁଁ ଜାଣି ନାହିଁ କେତେ ଶୂନ୍ୟ ଯୋଗରେ ସେ ମହାଶୂନ୍ୟ । କିନ୍ତୁ ଆକାଶ ଶୂନ୍ୟ ହେଲେ ମଧ୍ୟ ଅସ୍ତିତ୍ୱବାଦର ପ୍ରତୀକ । ସ୍ୱପ୍ନର ଶେଷ ସୀମା । ତା' ଆଗକୁ କିଛି ନାହିଁ, କଳ୍ପନାରେ ସୁଦ୍ଧା । ତେଣୁ ଯେବେଯେବେ ମୋତେ ଗପ ଲାଗେ ମୁଁ ଆକାଶୀମାୟାରେ ମଗ୍ନହୁଏ । ଜହ୍ନରାତି ପରି ବିଞ୍ôଚ ହୋଇପଡ଼େ ନିଜ ଭିତରେ । ଜୀବନର ମହକ ଆଘ୍ରାଣ କରିନିଏ । ଅନୁଭବର ନୀଳନିବିଡ଼ତାରେ ଉଚ୍ଛନ୍ନ ହୁଏ । ଯୋଗିନୀ ସାଜେ । ମନ୍ତ୍ରାବିଷ୍ଟ ହୁଏ । ଲେଖନୀ ଧରେ । ମୋ ବ୍ୟକ୍ତିଗତ ଖାଲିପଣ, ଦୁଃଖ ଓ ଅସହାୟତାକୁ ପାଲଟି ପକାଇ ସାର୍ବଜନୀନତାର ଶାଢ଼ି ପିନ୍ଧେ । ମନ୍ତୁରା ଶବ୍ଦମାନଙ୍କୁ ଗଢ଼େ ଭାଙ୍ଗେ । ସେଗୁଡ଼ିକୁ ଜାଳୁଥାଏ ବାରମ୍ବାର ଉଜ୍ଜ୍ୱଳ ହେବା ନିମନ୍ତେ । ଯେତେ ଜାଳୁଥାଏ, ମୁଁ ଭିତରେ ଭିତରେ ସେତେ ଜଳୁଥାଏ ନିଜସ୍ୱ ଦୁଃଖ ନୁହେଁ, ଚାରିପାଖ ମଣିଷଙ୍କ ଦୁଃଖ ସହ ଯୁଝେ, ପ୍ରେମରେ ଭିଜେ । ସେଇଥିରେ ବତୁରିଯିବାରେ ଓ ଅଙ୍କୁରି ଉଠିବାରେ ତ ମୋ ଲେଖିକା ପଣ । ବାସ୍], ଆଉ କିଛି ନୁହେଁ ।

ସାରା, ସୂର୍ଯ୍ୟାଂଶ, ରୋହିତ ଓ ପିଟରକୁ ପ୍ରିୟ ପାଠକମାନଙ୍କୁ ଉତ୍ସର୍ଗ କରୁଛି । ଆଶା ସେମାନେ ଚରିତ୍ରଗୁଡ଼ିକୁ ବୁଝିବେ, ହୃଦୟ ଦେଇ ।

Book information

ISBN: 9781645605126
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 326
Weight: 413g
Height: 216mm
Width: 140mm
Spine width: 19mm