Abujha Ae Mana

Abujha Ae Mana

Paperback (09 Nov 2022) | Oriya

  • $15.96
Add to basket

Includes delivery to the United States

10+ copies available online - Usually dispatched within 7 days

Publisher's Synopsis

"ଅବୁଝା ଏ ମନ" ବୁଝିବାକୁ ବହୁ ଚେଷ୍ଟା କଲି

କେହି କହିବେନି ଗୋଟେ କଞ୍ଚା ହାତର କଅଁଳ ଫସଲ ବୋଲି । ଲେଖିକା ସମସାମୟିକ ସମାଜ ଆଉ ସାମାଜିକ ପରିସ୍ଥିତି ପ୍ରତି ଗଭୀର ସଚେତନ । ଜଣେ ମନସ୍ତତ୍ୱ କହେ, ପାରିବାରିକ, ସାମାଜିକ କ୍ରାନ୍ତିକାରୀ ଲେଖିକା । ଆମ ତେଲ ଲୁଣ ସଂସାର ଭିତରେ ଯୋଉକଥା, ଯୋଉ ଅନୁଭୁତି ମନର ତତ୍ୱରେ ତତ୍ୱରେ ରହିଛି ଅଥଚ ତାକୁ କାହାକୁ କହିହଉନି, ବୁଝି ବି ବୁଝି ହଉନି ।

ଅନୁଭବର ଏ କଥନ ଓ ଲିଖନର ସୁଅ ମୁହଁରେ ଲେଖିକାର ଏ ପ୍ରକାର ଅଭିନବ ଶାଖ୍ୟ ସ୍ୱରୂପ କିଏ କେମିତି ବୁଝିବ କେଜାଣି । ପ୍ରତି ଛନ୍ଦରେ ପ୍ରତି କାହାଣୀରେ ଅକୁହା କଥାର ସ୍ୱର । ବିଦଗ୍ଧ ପ୍ରାଣୋଛଳ ପ୍ରତିବଦ୍ଧତାରେ ପାଠକ ବିମୁଗ୍ଧ ହେବେ ।

ପରିବେଶରୁ, ସମାଜରୁ, ମନର ଅଭ୍ୟନ୍ତରରୁ ପ୍ରତି ନିୟତ ଘଟି ଚାଲିଥିବା ଛୋଟ ଛୋଟ ଘଟଣାକୁ ନିଜର ସମସ୍ତ ଅନୁଭବ ଓ ଅନୁରାଗ ଦେଇ ଭାଷାର ଖୋଳପା ପିନ୍ଧାଇ ପ୍ରତୀକ ଧର୍ମୀ ଗଳ୍ପଗୁଡିଏ, ସ୍ନିଗ୍ଧ, ଶୀତଳ ଓ ଜାଦୁକରୀ ଭାଷା ପ୍ରୟୋଗରେ ଜୀବନ୍ତ କରିଛନ୍ତି ଲେଖିକା ଅନାମିକା ।

ସେ ବଡପୁଅର ବ୍ୟଥା ହେଉ କି ଦୁହିତାର ଉତ୍ସର୍ଗୀକୃତ ମହ୍ଲାର ହେଉ ବା ଦାମ୍ପତ୍ୟର ପାର୍ଥିବତା ଭିତରେ ଅପାର୍ଥିବ ପ୍ରେମର ରହସ୍ୟ ସାବିତ୍ରୀକୁ ଚିଠିରେ ହଉ ଅଥବା ଏକ ଅଜଣା ବ୍ୟଥାରେ କିନ୍ନରର ବ୍ୟାକୁଳ ପ୍ରାଣର ବେଦନା ହଉ, ନହେଲେ ଆପଣାର ମଣିଷ ଗୁଡିକୁ ସବୁଦିନ ଲାଗି ଛାଡି ଆସିବାର ରୁଦ୍ଧ ଯନ୍ତ୍ରଣାର ଅବୁଝା ମନ ହେଉ, ସବୁଥିରେ ଲେଖିକାଙ୍କର ସୃଜନର ଆରୋହଣ, ସମାଜର ଜୀବନ ଜଞ୍ଜାଳର ଜଣା କାହାଣୀକୁ ପାଠକ ନିକଟରେ ଖୁବ୍ ସହଜରେ ପହଞ୍ଚାଇ ପାରୁଥିବା ଏଇ ଉଚ୍ଚ ମୁଲ୍ୟବୋଧକ ପ୍ରୟାସ ଲାଗି ମୁଁ ଲେଖିକାଙ୍କୁ ଧନ୍ୟବାଦ ଜଣାଉଛି ।


  • ଡଃ. କାଳିପ୍ରସାଦ ମିଶ୍ର, ରାଜ୍ୟ ମୁଖ୍ୟ କମିଶନର, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍]

Book information

ISBN: 9781645603238
Publisher: Black Eagle Books
Imprint: Black Eagle Books
Pub date:
Language: Oriya
Number of pages: 112
Weight: 150g
Height: 216mm
Width: 140mm
Spine width: 7mm